ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ବୋମା ବିସ୍ଫୋରଣ, ୬ ମୃତ

Spread the love

ପାକିସ୍ତାନର ପଞ୍ଜାବ ସ୍ଥିତ କୋଟ୍‌ ଅଡ୍ଡୁ ଜିଲ୍ଲାର ଦୟାଦିନ ଅଞ୍ଚଳରେ ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣାରେ ମୁଜଫରଗଢ ଜିଲ୍ଲା ପୋଲିସ ଅଧିକାରୀ ସୈୟକ ହସନେନ ହାଇଦର ଘଟଣା ବିଷୟରେ କହିଛନ୍ତି, ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ସମସ୍ତେ ଗୋଟିଏ ପରିବାରର । ସେମାନେ କାବଡି ଜିନିଷ ବିକ୍ରି କରି ଜୀବନଯାପନ କରୁଥିଲେ । କବାଡି ଜିନିଷ ହଟାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ବିସ୍ଫୋରଣ କେମିତି ହେଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହସିନ ନକଓ୍ଵୀ ଦୁଃଖ ପ୍ରକାଶ କରି ପୋଲିସ ଡିଜିପିଙ୍କୁ ରିପୋର୍ଟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *