ଭାରତୀୟ ବାୟୁସେନାର ଟ୍ରେନର୍‌ ବିମାନ ‘କିରଣ’ କ୍ରାସ୍‌

Spread the love

କର୍ଣ୍ଣାଟକରେ ଭାରତୀୟ ବାୟୁସେନାର ପ୍ରଶିକ୍ଷିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟରେ ବିମାନରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପାଇଲଟ୍ ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ବିମାନ ବାୟୁସେନାର ‘କିରଣ ପ୍ରଶିକ୍ଷିକ ବିମାନ’ ବୋଲି କୁହାଯାଉଛି। ଘଟଣା ଚାମରାଜନଗରର ମକାଲି ଗ୍ରାମ ନିକଟରେ ଘଟିଛି। ଆଶ୍ୱସ୍ତିକର ଖବର ଯେ ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି।

ଭାରତୀୟ ବାୟୁସେନା ଟ୍ୱିଟରରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା କହିଛି ଯେ କିରଣ ଟ୍ରେନର ବିମାନ ରୁଟିନ୍‌ ଟ୍ରେନିଂ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯଦିଓ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି, ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁର୍ଘଟଣାଗ୍ରସ୍ତ ବିମାନ ଜଳୁଥିବା ବେଳେ ସେଥିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି।

ଏହିପରି ଦୁଇଦିନ ତଳେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାମ୍ବରା ବିମାନବନ୍ଦର ନିକଟରେ ଏକ ପ୍ରଶିକ୍ଷିକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ରେଡବର୍ଡ ଆଭିଏସନର ଦୁଇ ସିଟ୍ ବିଶିଷ୍ଟ ଏହି ଟ୍ରେନିଂ ବିମାନ ଏଠାରେ ଜରୁରୀ ଅବତରଣ କରିଥିଲା। ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଲ୍ୟାଣ୍ଡିଂ କରାଯାଇଥିଲା। ଏଥିରେ ବିମାନରେ ଥିବା ଦୁଇ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିଲା।

Leave a Reply

Your email address will not be published. Required fields are marked *