୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ଆଜିଠୁ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍ । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍ ଦେବେ ସରକାର । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଲୋକଙ୍କ ସହ କଥା ହେବା ପରେ ବିଜୁଳି ସ୍ଲାବରେ ସାମାନ୍ୟ କମ କରିବାକୁ ପରାମର୍ଶ ମିଳିଥିଲା । ମେ ମାସର ବିଜୁଳି ଖର୍ଚ୍ଚ ଅଧିକ ନେଇ ଲୋକଙ୍କଠାରୁ ଫିଡ୍ ବ୍ୟାକ୍ ମିଳିଛି । ଏହାକୁ ଆଧାର କରି ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଶୋକ ଗେହଲଟ । ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍ ବିଜୁଳି ବ୍ୟବହାର କରିବେ ସେମାନଙ୍କ ବିଲ୍ ଦେବାକୁ ପଡ଼ିବ ନାହିଁ । ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ।
ଚଳିତବର୍ଷ ଡିସେମ୍ବର ମାସରେ ରାଜସ୍ଥାନରେ ନିର୍ବାଚନ ଅଛି । କର୍ଣ୍ଣାଟକରେ ମାଗଣା ବିଜୁଳି ଘୋଷଣା କରିଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ଦଳକୁ ଏହାର ବଡ଼ ଫାଇଦା ମିଳିଥିଲା । ବୃହତ ବ୍ୟବଧାନରେ ଦଳ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ସିଦ୍ଧରମୈୟା । ସେହିଭଳି ଦିଲ୍ଲୀରେ ମଧ୍ୟ ଆମ ଆଦମି ପାର୍ଟି ମାଗଣା ବିଜୁଳି ଘୋଷଣା କରି ଭୋଟରଙ୍କ ସମର୍ଥନ ପାଇଛି । ଏବେ ସେହି ରାସ୍ତାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।