2 174 1735570750821

ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?

Spread the love

ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶର ରାଜନୀତି ସରଗରମ ରହିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆମ୍ବେଦକରଙ୍କ ଅପମାନ ପାଇଁ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବା ବେଳେ କଂଗ୍ରେସ ଏଥିରେ ରାଜନୀତି କରୁଥିବା ପାଲଟା ଜବାବ ଦେଇ ବିଜେପି କହିଛି। ଏହା ମଧ୍ୟରେ ସି ଭୋଟର ଏକ ସର୍ଭେ କରିଛି, ଯାହାର ଫଳାଫଳ ସଭିଙ୍କୁ ଚକିତ କରିଛି, କାରଣ ଯେଉଁ ଲୋକଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିଲା ସେମାନେ ନିଜେ ଦ୍ଵନ୍ଦ୍ଵ ଥିଲେ।
ଆଜତକରେ ପ୍ରସାରିତ ସର୍ଭେ ମୁତାବକ ୩୦.୪ ପ୍ରତିଶତ ଲୋକଙ୍କ ମତରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କୁ ଆମ୍ବେଦକର ବିବାଦରେ ଫାଇଦା ମିଳିପାରେ। ଅନ୍ୟପଟେ ୩୧.୩ ପ୍ରତିଶତ ଲୋକଙ୍କ କହିବା କଥା ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ମେଣ୍ଟକୁ ଫାଇଦା ମିଳିପାରେ। ସି-ଭୋଟର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ବେଦକର ପ୍ରସଙ୍ଗ ଉଠାଇଲେ କେଉଁ ଦଳକୁ ଅଧିକ ଲାଭ ମିଳିବ ତାକୁ ନେଇ ସର୍ଭେ କରିଛି।
ସର୍ଭେ ମୁତାବକ, ଏହି ବିବାଦରେ ଅଧିକ ଫାଇଦା ଆମ୍ ଆଦମୀ ପାର୍ଟିକୁ ମିଳିପାରେ। ଆପ୍‌କୁ ୨୬.୫ ପ୍ରତିଶତ, କଂଗ୍ରେସକୁ ୧୫.୯ ପ୍ରତିଶତ ଓ ବିଜେପିକୁ ୨୨ ପ୍ରତିଶତ ଫାଇଦା ମିଳିପାରେ। ସି-ଭୋଟର ଫୋନ କଲ୍ ଜରିଆରେ ଡିସେମ୍ବର ୨୦ ରୁ ୨୧ ତାରିଖ ମଧ୍ୟରେ ଏହି ସର୍ଭେ କରିଥିଲା। ଏଥିରେ ମୋଟ୍ ୧୨୨୮ ଜଣ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଆମ୍ବେଦକର ପ୍ରସଙ୍ଗ ଜରିଆରେ ସବୁ ରାଜନୈତିକ ଦଳ ଦଳିତ ଭୋଟ୍ ଉପରେ ନଜର ରଖିଛନ୍ତି।
ବାମଦଳ ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ବିରୋଧରେ ସୋମବାର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିଛି। ଏହି ସମୟରେ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ସମଗ୍ର ଦେଶରେ ଏହି ବିରୋଧକୁ ଆହୁରି ଜୋରଦାର କରିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *