Zzzzz

ଅପରେସନ ଲୋଟସ ଚଳାଇ ଦିଲ୍ଲୀ ଭୋଟର ତାଲିକା ଟାମ୍ପରିଂ କରୁଛି ବିଜେପି: କେଜରିୱାଲ୍

Spread the love

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି “ଅପରେସନ୍ ଲୋଟସ୍” ମାଧ୍ୟମରେ ଦିଲ୍ଲୀରେ ଭୋଟର ତାଲିକା ଟାମ୍ପରିଂ କରୁଛି ବୋଲି ସେ କହିଛନ୍ତି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ଡିସେମ୍ବର ୧୫ ରୁ ଏହି ଅପରେସନ୍ କରିଆସୁଛି ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି।

ରବିବାର (ଡିସେମ୍ବର ୨୯) ଏକ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି “ଦିଲ୍ଲୀରେ ବିଜେପି ଏହାର ପରାଜୟକୁ ଗ୍ରହଣ କରିସାରିଲାଣି। ମୁଖ୍ୟମନ୍ତ୍ରୀ ପାଇଁ ସେମାନଙ୍କ ପାଖରେ ଚେହେରା ନାହିଁ, ସେମାନଙ୍କର ଦର୍ଶନ ନାହିଁ, କିମ୍ବା ବିଶ୍ୱସନୀୟ ପ୍ରାର୍ଥୀ ମଧ୍ୟ ନାହାନ୍ତି। ତେଣୁ କୌଣସି ହାଲ୍‌ରେ ସେମାନେ ନିର୍ବାଚନ ଜିତିବା ପାଇଁ, ଭୋଟର ତାଲିକାକୁ ନିୟନ୍ତ୍ରଣ କରିବା ଭଳି ଅସାଧୁ କୌଶଳ ଅବଲମ୍ବନ କରୁଛନ୍ତି।”

କେଜରିୱାଲ୍ ଆହୁରି କହିଛନ୍ତି “ମୋ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଡିସେମ୍ବର ୧୫ ରୁ ଅପରେସନ୍ ଲୋଟସ୍ ଚଲାଯାଉଛି। ଗତ ୧୫ ଦିନ ମଧ୍ୟରେ ୫ ହଜାର ଭୋଟରଙ୍କୁ ବିଲୋପ କରିବାକୁ ଆବେଦନ କରାଯାଇଥିଲା। ଏଥିସହ, ୭,୫୦୦ ଭୋଟର ଯୋଡ଼ିବାକୁ ଆବେଦନ କରାଯାଇଛି। ୧୨% ଭୋଟ୍‌ରେ ହେର୍‌ଫେର୍ ଚାଲିଛି।”

କେବଳ ଶାହାଦାର ଜିଲ୍ଲାରେ ୧୧,୮୦୦ ଭୋଟ୍ରଙ୍କୁ ଡିଲିଟ୍ କରିବାକୁ ବିଜେପି ଆବେଦନ କରିଥିଲା, କିନ୍ତୁ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ହସ୍ତକ୍ଷେପ ପରେ ଏହା ବନ୍ଦ ହୋଇଛି ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି।  ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର ୨୯ ତାରିଖରେ ନିର୍ବାଚନ ଆୟୋଗ ଦ୍ୱାରା କରାଯାଇଥିବା ସଂକ୍ଷିପ୍ତ ସଂଶୋଧନ ସମୟରେ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୧ ଲକ୍ଷ ଭୋଟର ଯୋଗ ଦେଇଥିଲେ। ୧୨ ପ୍ରତିଶତ ଭୋଟ୍‌ରେ ହେର୍‌ଫେର୍ ହୋଇଥିବାରୁ ନିର୍ବାଚନ କମିଶନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି। ଆପ୍ ଆହୁରି ଦାବି କରିଛନ୍ତି ଯେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ପରିବାର ଦିଲ୍ଲୀ ବିଧାନସଭା ମଣ୍ଡଳୀ ଅଧୀନରେ ରହୁଥିବା ବେଳେ ବିଜେପି ତାଙ୍କ ପତ୍ନୀଙ୍କ ଭୋଟ୍କୁ ଡିଲିଟ୍ କରିବାକୁ ଆବେଦନ କରିଛି। ଦିଲ୍ଲୀ ନିର୍ବାଚନରେ ହେର୍‌ଫେର୍ କରିବାକୁ ବିଜେପି ସବୁପ୍ରକାର ଚେଷ୍ଟା କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତୀଶ କହିଛନ୍ତି।

ସେହିପରି କୌଣସି ବେନିୟମ କାମ କରିବାକୁ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)କୁ ସତର୍କ କରାଇଛନ୍ତି କେଜରିୱାଲ୍। ଏବଂ ନିୟମ ଅନୁସାରେ କାମ କରିବାକୁ କେଜରିୱାଲ୍ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ବିଜେପିର ପରବେଶ ସାହୀବ ସିଂହଙ୍କ ବିରୋଧରେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ଆପ୍ କର୍ମକର୍ତ୍ତା ବିଜେପି ନେତାଙ୍କ ଘର ସମ୍ମୁଖରେ ହୋହଲ୍ଲା କରିଥିଲେ। ୨୦୨୪ ପେବ୍ରୁଆରୀ ମାସ ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *