Jaipur

କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍, ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ୍

Spread the love

ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କ୍ଲାସ ଚାଲିଥିବା ବେଳେ ପିଲାମାନେ ହଠାତ୍ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ସେମାନଙ୍କ ମୁଣ୍ଡ ବିନ୍ଧିବା ସହିତ ତଳେ ପଡିଯାଇଥିଲେ ।

ଖବର ମୁତାବକ, ଗୋପାଳପୁରାରେ ଥିବା କୋଚିଂ ସେଣ୍ଟରରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପିଲାମାନେ କ୍ଲାସ କରୁଥିଲେ । ଲହି ସମୟରେ କିଛି ଛାତ୍ରୀଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ପରେ ମୁଣ୍ଡ ବିନ୍ଧା ହୋଇଥିଲା । ଫଳରେ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ସ୍ୱରେଜ ଲାଇନରୁ ବିଷାକ୍ତ ଗ୍ୟାସର ଗନ୍ଧ କ୍ଲାସ ରୁମ ଭିତରକୁ ପଶି ଆସିଥିଲା । ତୁରନ୍ତ ଆମ୍ବୁଲାନ୍ସ ଡକା ଯାଇ ପିଲାମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଏମାନଙ୍କ ମଧ୍ୟରେ ୧୦ ଛାତ୍ରୀ, ଜଣେ ଛାତ୍ରୀ ଏବଂ ଜଣେ ରୋଷେୟା ସାମିଲ ରହିଛନ୍ତି । ତେବେ ଗତ ୧୫-୨୦ ଦିନ ହେଲାଣି କୋଚିଂ ସେଣ୍ଟରରେ କୌଣସି ଗନ୍ଧ ଆସୁଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ନାଳରୁ ଆସୁଥିବା ଗନ୍ଧ କିମ୍ବା ଗ୍ୟାସ ଲିକ୍, ଛାତ ଉପରେ ଥିବା ରୋଷେଇ ଘର ଧୂଆଁରୁ ଏଭଳି ହୋଇଛି ତାହା ଜଣାପଡିନାହିଁ ।

ଏସଡିଏମ ରୋଜଣେ ଜାଖଡ କହିବା ମୁତାବକ, କିଛି ଛାତ୍ରୀ ବେହୋସ ହୋଇଥିଲେ । ସେମାନଙ୍କୁ ଯାଞ୍ଚ ପାଇଁ ହସପିଟାଲ ନିଆଯାଇଛି । ତେବେ ଘଟଣା ପରେ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଡାକ୍ତର କହିବା ମୁତାବକ, ୭ ଜଣ ପିଲା ନିଶ୍ବାସ ନେବାରେ ସମସ୍ୟା ହେବା କାରଣରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସମସ୍ତେ ଛାତ୍ରଛାତ୍ରୀ ଲଗାତର କାଶୁଥିବା ବେଳେ ନିଶ୍ବାସ ନେବାରେ ସମସ୍ୟାରେ ଥିଲେ । ତେବେ ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।

ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତଛାତ୍ରୀ କୋଚିଂ ସେଣ୍ଟର ବାହାରେ ପ୍ରଦର୍ଶନ କରୁଛନ୍ତି । ପିଲାମାନେ କୋଚିଂ ସେଣ୍ଟରର ଅବ୍ୟବସ୍ଥା ଏବଂ ଗନ୍ଧକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସ ମାମଲାର ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *