Oin0qmqhffeswsobtkq6

ଫଡନବୀସ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ଶପଥ ନେଲେ ମନ୍ତ୍ରୀ

Spread the love

ମୁମ୍ବାଇ: ରବିବାର ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ କରାଯାଇଥିଲା । ବିଜେପି, ଏନସିପି ଓ ଶିବସେନାର ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ ।

ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର ଶିବେନ୍ଦ୍ରରାଜେ ଭୋଂସଲେଙ୍କୁ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ପୂର୍ବରୁ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ମଧ୍ୟ ରବିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ମଧ୍ୟ ମହାରାଷ୍ଟ୍ରର ନୂଆ ସରକାରରେ ମନ୍ତ୍ରୀ କରାଯାଇଛି । ବିଜେପି ନେତା ଗଣେଶ ନାଏକ, ଶିବସେନା ନେତା ଦାଦାଜୀ ଓ ସଞ୍ଜୟ ରାଠୋର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ମନ୍ତ୍ରୀପଦ ନ ମିଳିବାକୁ ନେଇ କେତେକ ସଦସ୍ୟ ଅସନ୍ତୋଷ ପ୍ରକଟ ବି କରିଛନ୍ତି । ମନ୍ତ୍ରୀ ପଦ ନ ମିଳିବାରୁ କ୍ଷୁବ୍ଧ ହୋଇ ଶିବସେନା ବିଧାୟକ ନରେନ୍ଦ୍ର ଭୋଣ୍ଡେକର ଇସ୍ତଫା ଦେଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୋଣ୍ଡେକର ମଧ୍ୟ ବିଧାନସଭାର ଉପନେତା ପଦରୁ ଇସ୍ତଫା ଦେଇଛନ୍ତି। ଏହାବ୍ୟତୀତ ସେ ଶିବସେନା ବିଦର୍ଭ ସହ ସଂଯୋଜକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *