Whatsapp Image 2024 12 11 At 17.34.53 2

ସାମ୍ବାଦିକଙ୍କ ପେନସନ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ

Spread the love

ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ତେଣୁ ସେ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ବିଧାୟକ ଶ୍ରୀ ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମା ଯୋଜନା ଆସିଥିଲା। ପ୍ରଥମେ ଏହା 2 ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ବଢି ୫ ଲକ୍ଷ୍ୟ ହୋଇଛି। ବୀମା ରାଶି ବଢିବା ପ୍ରସଙ୍ଗ ସ୍ବାଗତ ଯୋଗ୍ୟ ହେଲେ ମଧ୍ୟ ସାମ୍ବାଦିକମାନଙ୍କ ବୃଦ୍ଧ ପିତାମାତାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରନଯିବା ସମ୍ବାଦିକଙ୍କ ସ୍ବାର୍ଥକୁ ଆଘାତ ଦେଉଛି। ଏହି ଯୋଜନାରେ ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ସଂଯୋଗ କରିବାକୁ ବିଧାୟକ ଶ୍ରୀ ଦାସ ଦାବି କରିଛନ୍ତି।

ସେହିପରି ବିଜେଡି ବିଧାୟକ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି । ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ଗୌତମବୁଦ୍ଧ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *