Aipedloyiskjfaaonvfu

ଦାଦାନ ଖଟିବାକୁ ଯାଇ ଓମାନରେ ଓଡ଼ିଆ ଶ୍ରମିକ ମୃତ; ମୃତଦେହ ଆଣିବାକୁ ଉଦ୍ୟମ

Spread the love

ଭୁବନେଶ୍ବର: ବିଦେଶରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି।‌ ପେଟ ପାଳିବା ପାଇଁ ଓମାନ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଠାରେ ଛାତ ଭୁଶୁଡ଼ି ପଡ଼ିବାରୁ ବିପିନ ବିହାରୀ ସ୍ବାଇଁଙ୍କ ମୃତ୍ୟୁ ହୋଇଛି। ତାଙ୍କର ମୃତଦେହ ଓଡ଼ିଶା ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦ୍ୟମ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଡିସେମ୍ବର ୮ ତାରିଖରେ ସେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି।

ଅଧିକ ଟଙ୍କା ରୋଜଗାରର ଲୋଭ‌ ଦେଖାଇ ଦଲାଲମାନେ ଓଡ଼ିଆ ଶ୍ରମିକମାନଙ୍କୁ ଓମାନକୁ ନେଇଯାଉଛନ୍ତି। ସେଠାରେ ପହଞ୍ଚିଲା ପରେ ନିର୍ଯାତନା ଦେଉଥିବା ନେଇ ଅନେକ ଥର ଅଭିଯୋଗ ମଧ୍ୟ ଆସିଛି। କିଛି ମାସ ପୂର୍ବରୁ ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ଟଙ୍କା ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଇଥିଲେ। ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୫ ଓ ଗଞ୍ଜାମ ଜିଲାର ୩ଜଣ ଶ୍ରମିକ ଓମାନର ମସ୍କାଟ ସହରରେ ନିର୍ଯାତିତ ହୋଇଥିବା ଖବର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ସେମାନଙ୍କୁ ସେଠାରୁ ଆଣିବା ପାଇଁ ପରିବାର ଲୋକ ବାଲୁଗଁ। ସହକାରୀ ଶ୍ରମ-ଅଧିକାରୀଙ୍କୁ ନିବେଦନ କରିବା ସହ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *