Re

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

Spread the love

ଭୁବନେଶ୍ବର: ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର। ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ଜବତ କରାଯାଇଛି। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଦେବଯାନୀ ହେଉଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କ ଭଉଣୀ।

ଭିଜିଲାନ୍ସ ସୂଚନା ଅନୁସାରେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ ରେଜିଷ୍ଟ୍ରି ସେଲ ଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ ଦେବଜାନୀ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ପରେ ତାଙ୍କ ଓଲଡ୍ ଟାଉନସ୍ଥିତ ବାସଭବନ ଓ ଅଫିସରେ ଏକକାଳୀନ ସର୍ଚ୍ଚ ହୋଇଥିଲା ।

ଦେବଯାନୀ କାର୍ଯ୍ୟରତ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ନଗଦ ଜବତ ହୋଇଛି । ଏତେ ପରିମାଣର ନଗଦ ଟଙ୍କା କିଭଳି ଓ କେଉଁଠି ଆସିଛି ତାହା ଜାଣିବା ପାଇଁ ଦେବଯାନୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିବା ସହିତ କଟକ ରେଜିଷ୍ଟ୍ରସନ ଆଇଜିଙ୍କ କାର୍ଯ୍ୟାଳୟର ସହଯୋଗ ନେଇଛି ଭିଜିଲାନ୍ସ । ଏହି ଲାଞ୍ଚ ମାମଲାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *