Qre

ସରକାରୀ ବାସଭବନ ଛାଡୁନାହାଁନ୍ତି ୧୪ ପୂର୍ବତନ ବିଧାୟକ

Spread the love

ଭୁବନେଶ୍ୱର: ସରକାରୀ ବାସଭବନ ଛାଡୁନାହାଁନ୍ତି ପୂର୍ବତନ ବିଧାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶା ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଦଖଲ କରି ରଖିଛନ୍ତି।

ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି। ଏପରିକି କେଉଁ ବିଧାୟକମାନଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିବ ଏବଂ କେଉଁ ପୂର୍ବତନ ସଦସ୍ୟ ଏପର୍ଯ୍ୟନ୍ତ କ୍ୱାର୍ଟର୍ସ ଖାଲି କରିନାହାଁନ୍ତି ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

୧୪ ଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରେ ୧୧ ଜଣ ବିଜେଡି, ଦୁଇଜଣ ବିଜେପି ଏବଂ ଜଣେ କଂଗ୍ରେସ। ବିଜେଡିର ଅମର ପ୍ରସାଦ ଶତପଥୀ ଏବଂ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦର୍ଶାଇ ନିଜ କ୍ୱାର୍ଟର୍ସ ଛାଡି ନାହାଁନ୍ତି।

Leave a Reply

Your email address will not be published. Required fields are marked *