Collage 1

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

Spread the love

ବାରିପଦା: ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି। ବାଘୁଣୀ ଜିନ୍ନତ ଝଡଖଣ୍ଡରେ ବୁଲୁଥିବା ନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା। ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନ୍ନତ’ ଉପରେ ନଜର ରଖିଥିବା ଆରସିସିଏଫ୍ ଗୋଗନେନି କହିଛନ୍ତି।

ବାଘୁଣୀ ‘ଜିନ୍ନତ’କୁ ମହାରାଷ୍ଟ୍ର ତଡ଼ବାରୁ ଆଣି ୨୫ ତାରିଖରେ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା। ବାଘୁଣୀକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ସେ ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ପହଞ୍ଚିଛିଥିବା ବାରିପଦା ଆରସିସିଏଫ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଜିନ୍ନତ ନୂଆ କରି ଶିମିଳିପାଳ ଆସିଥିବାରୁ ବିଭିନ୍ନ ଆଡେ ବୁଲାବୁଲି କରୁଛି। ନିଜ ପାଇଁ ସେ ନୂଆ ସ୍ଥାନ ସୃଷ୍ଟି କରିବାକୁ ସେ ନୂଆ ସ୍ଥାନ ଖୋଜିବାକୁ ଚାରିଆଡେ ବୁଲୁଛି ବୋଲି ଆରସିସିଏଫ୍ କହିଛନ୍ତି। ତେବେ ଓଡ଼ିଶାର ଏକ ସ୍ୱତନ୍ତ୍ର ଟିମ୍ ଝାରଖଣ୍ଡରେ ରହି ବାଘୁଣୀ ଉପରେ ନଜର ରଖିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନ୍ନତ’।  ୧୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା।

Leave a Reply

Your email address will not be published. Required fields are marked *