Igfyiovoat5anxbqbx3u

କୋରକୋଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ: ପୁଲିସ

Spread the love

ମାଲକାନଗିରି: କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧା ମହିଳାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିଲା। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂଦେହ ଘନୁଭୂତ ହୋଇଥିଲା। ପରେ ପୁଲିସ ସ୍ଥାନୀୟ ଦୁଇ ଯୁବକଙ୍କୁ ଜେରା କରିବା ପରେ ଘଟଣାର ପର୍ଦାଫାସ ହୋଇଥିଲା।

କୋରକୋଣ୍ଡାର ଗୁରୁବାରୀ ଦାସ(୬୩) ସ୍ଥାନୀୟ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ରହୁଥିଲେ। ଗତ ୧୦ରୁ ୧୨ ବର୍ଷ ହେଲା ସେ ଏଠାରେ ରହିଆସୁଥିଲେ। ନିକଟସ୍ଥ ହୋଟେଲ ଏବଂ ଘରମାନଙ୍କରେ କାମ କରି ନିଜର ଗୁଜରାଣ ମେଣ୍ଟାଉଥିଲା।

ତେବେ ଗୁରୁବାରୀର ମୃତ ଦେହ ୫ ତାରିଖ ଦିନ ସକାଳୁ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତଦନ୍ତରେ ଜାଣିପାରିଥିଲା ଯେ ଗତ ୪ ତାରିଖ ରାତିରେ ଖଇରପୁଟ ବ୍ଲକରେ ମଣ୍ଡେଇ କାର୍ଯ୍ୟକ୍ରମ ଚାଲିଥିଲା। କୋରକୋଣ୍ଡାର କମଳୁ ନାଗ(୩୮) ଏବଂ ନିକଟସ୍ଥ ଗ୍ରାମ ଖିଲଗୁଡାର ରାକେଶ ଢାଲି(୩୦) ମଣ୍ଡେଇ ଦେଖିବା ପରେ କୋରକୋଣ୍ଡାରେ ପହଞ୍ଚିଥିଲା।

ତେବେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁବାରିର ଫୋନ ନମ୍ବରରେ ସବୁବେଳେ କଥା ହେଉଥିଲା। ରାତିରେ ଏମାନେ ପମ୍ପ ହାଉସ ନିକଟକୁ ଡାକିଲେ। ବଳପୂର୍ବକ ଗୁରୁବାରିକୁ ଦୁଇ ଜଣ ଅଭିଯୁକ୍ତ ଗଣ ଦୁଷ୍କର୍ମ କରିଥିଲେ। ଗୁରୁବାରି ପାଟି କରିବାରୁ ତାର ପାଟିକୁ ଜାବୁଡି ଧରିଥିଲେ। ତେବେ ଜୋରରେ ଜାବୁଡି ଧରିବା ପରେ ତାର ମୃତ୍ୟୁ ହୋଇଯାଇଥିଲା। ଦୁହେଁ ଶବକୁ ପୁଣି ପଞ୍ଚାୟତ ଷ୍ଟୋର ରୁମ ନିକଟରେ ଫୋପାଡି ଦେଇଥିଲେ।

ପୁଲିସ କୋରାପୁଟ ସାଇଣ୍ଟିଫିକ ଟିମକୁ ଡାକି ହତ୍ୟାର ତଦନ୍ତ ଆରମ୍ଭ କରିଥିଲା। ସବୁ ଦିଗକୁ ତର୍ଜମା କରିବା ପରେ ଏହା ହତ୍ୟା ବୋଲି ପୁଲିସ ଜାଣିବା ପରେ ଫୋନର ସାହାଯ୍ୟ ନେଇଥିଲା। ଯାହାଫଳରେ ଦୁହେଁ ଅଭିଯୁକ୍ତ ଧରାପଡିଥିଲେ। ଏହି ଘଟଣା ପରେ ହଜିଗଲା ମାନବିକତା ବୋଲି ଆଲୋଚନା ଜୋର ଧରିଛି। ଜଣେ ଅସହାୟ ବୃଦ୍ଧାକୁ ବି ଛାଡିଲେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *