2 183 1733327702112

ଲୋଧା ଜନଜାତିକୁ ମିଳିପାରୁନି ସରକାରୀ ସହାୟତା, ମାନବଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଚେତିଲା ପ୍ରଶାସନ

Spread the love

ନୀଳଗିରି: ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବାଲେଶ୍ଵର ଜିଲ୍ଲାର କୁଲଡିହା ଅଭୟାରଣ୍ୟର ପାଦଦେଶରେ କେସିପୁର ନିକଟ ଚେମଚଟା ଅଞ୍ଚଳରେ ବସବାସ କରିଆସୁଛନ୍ତି ୩୨ ଲୋଧା ପରିବାର। ହେଲେ ଏବେବେ ଏହି ସଂପ୍ରଦାୟର ଲୋକେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ। ଏନେଇ ରାଧାକାନ୍ତ ତ୍ରିପାଠୀ ନାମକ ବ୍ୟକ୍ତି ଜାତୀୟ ମାନବାଧିକାର କମିଶନର ନିକଟରେ ଅଭିଯୋଗ କରିଥିଲେ।

ଆଉ ଅଭିଯୋଗ କ୍ରମେ ବୁଧବାର ନୀଳଗିରି ଉପ ଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ନେତୃତ୍ଵରେ ବନବିଭାଗ, ଗ୍ରାମ୍ୟ ଜଳ ପରିମଳ ବିଭାଗ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ବାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପରିବେଶ, ପରିସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ୩୨ଟି ଲୋଧା ପରିବାର ପାଇଁ ଆବଶ୍ୟକ ହେଉଥିବା ମୌଳିକ ସୁବିଧା କିପରି ତୁରନ୍ତ ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଲୋଧା ପରିବାର ଲୋକଙ୍କ ସହିତ ସମସ୍ତ ଅଧିକାରୀମାନେ ଆଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚେମଚଟା ଅଞ୍ଚଳଟି ଇକୋ ସେନ୍ସିଟିଭ ଜୋନ୍ ଭିତରେ ଆସୁଥିବାରୁ କିଛି ପରିବାର ବାଲେଶ୍ଵର ଜିଲ୍ଲାର ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ସରକାରୀ ସହାୟତା ନେଉଛନ୍ତି। ଏମାନଙ୍କର ମୁଖ୍ୟ ସମସ୍ୟା ଜଳ, ଗମନା ଗମନ, ସ୍ବାସ୍ଥ୍ୟ, ଶିକ୍ଷା ଆବଶ୍ୟକ ହେଉଥିବାବେଳେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଏମାନଙ୍କୁ ସମସ୍ତ ମୌଳିକ ଅଧିକାର ସହ ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନିକ ସ୍ତରରେ ଆରମ୍ଭ ହେଉଛି ଉଦ୍ୟମ। ଘଟଣାସ୍ଥଳରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କାରୁ ସୋରେନ୍,

ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ, ବାଲେଶ୍ବର ଏସିଏଫ ଓ କୁଲଡ଼ିହା ରେଞ୍ଜର ପ୍ରବୀର୍ ମୁର୍ମୁ, ଗ୍ରାମ୍ୟ ଜଳ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇନ୍ଦ୍ରଜିତ୍ ସିଂ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସମ୍ପ୍ରସାରଣ ଜନମଙ୍ଗକ ଅଧିକାରୀ ଶୈଳେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *