Bullet 1730307357

ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା: ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ସନ୍ଦେହ

Spread the love

ପୁରୀ: ପୁରୀ ରେଳଷ୍ଟେସନ ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ଜଣାପଡୁଛି । ୧୫ଟି ପ୍ୟାକେଟରେ ୧୫୦ଟି ଗୁଳି ରହିଥିଲା । ଏହାର ବାଲେଷ୍ଟିକ ପରୀକ୍ଷା କରାଯିବ। ଗୁଳି କେଉଁଠୁ ଆସିଲା, କିଭଳି ଆସିଲା, କେଉଁ ପରିସ୍ଥିତିରେ ପୁରୀ ଷ୍ଟେସନରୁ ମିଳିଲା ତାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରଯାଇଛି।

ଜିଆରପି ଅଧିକାରୀ ସନ୍ତୋଷ କୁମାର ବାହିନୀପତିଙ୍କ ସୂଚନା ଦେଇଛନ୍ତି ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ କୋଚ ନମ୍ବର ଏସ – ୨ ସିଟ ନମ୍ବର ୭୩ରୁ ମିଳିଥିଲା ଏହି ଗୁଳି ।  ଗୋଟିଏ ଗୋଟିଏ ପ୍ୟାକେଟରେ ୧୦ଟି ଗୁଳି ରହିଛି । ୧୫ଟି ପ୍ୟାକେଟରେ ୧୫୦ଟି ଗୁଳି ରହିଥିଲା । ଏହା ସବୁ ୮ ଏମ୍ .ଏମ୍. ଗୁଳି ।  ଏହା ଉତ୍ତରପ୍ରଦେଶର ଦେଶୀ ଗୁଳି ହୋଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *