Maa Kali Puja

ଆଜି ମାଆ ଶ୍ୟାମାକାଳୀଙ୍କ ପୂଜା, ବିଭିନ୍ନ ସ୍ଥାନରେ ସଜେଇ ହୋଇଛି ପୂଜା ମଣ୍ଡପ

Spread the love

ଆଜି ପାଳିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା  ଏଥିପାଇଁ ପଲ୍ଲୀରୁ ସହର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ସଜେଇ ହୋଇଛି । ମାଆ କାଳୀଙ୍କ ମନ୍ଦିରରେ ସ୍ବତନ୍ ର ପୂଜାର୍ଚ୍ଚନା ଚାଲିଛି । ବ୍ରହ୍ମପୁରର ନୂଆ ବସ ଷ୍ଟାଣ୍ଡ, ବିଜିପୁର, ଆମ୍ବପୁଆ ଆଦି କାଳୀ ମନ୍ଦିରରେ ପୂଜା ଚାଲିଥିବା ବେଳେ ଖୋଡାସିଂ, ଆଂକୁଲି, ଗୋଶାଣୀନୁଆଗାଁ, ବଡ଼ବଜାର, କୋର୍ଟପେଟା ଛକ ପୂଜା ମଣ୍ଡପ ରେ ମାଆଙ୍କ ପୂଜା ଆରମ୍ଭ ହୋଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାଳୀପୂଜା ଲାଗି ବିଭିନ୍ନ ମଣ୍ଡପରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ସତ୍ୟନଗର ସ୍ଥିତ ମାଆ କାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଉଛି ।  ଏଠାରେ ୧୦ ଦିନ ଧରି ପୂଜାର୍ଚ୍ଚନା ଚାଲିବାକୁ ଥିବା ବେଳେ ୧୦ଟି ବେଶରେ ଦର୍ଶନ ଦେବେ ମାଆ । ସେହିପରି ବରମୁଣ୍ଡାରେ ମାଆ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ସହ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହେଉଛି ।

Leave a Reply

Your email address will not be published. Required fields are marked *