Cal

ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର, ୫ ଅଟକ

Spread the love

ଭୁବନେଶ୍ୱର: ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୫ ଜଣ ଅଟକ ରହିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ସାଇବର ଅପରାଧ ପାଇଁ ବ୍ୟବହୃତ ଏହି ନକଲି କଲ ସେଣ୍ଟର ରାଜଧାନୀର ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଚାଲୁଥିଲା।

ପୋଲିସର ଏକ ଟିମ୍ ଚଢାଉ କରି ସିମ୍ ବକ୍ସ ଭଳି କିଛି ଉପକରଣ ଏବଂ କିଛି ଅପରାଧ ଜନିତ ଦସ୍ତାବିଜ ଜବତ କରିଛି। ଏହି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସୂଚନା ପାଇଁ ଅଟକ ବ୍ଯକ୍ତିଙ୍କୁ ପଚରାଉଚରା କରାଯାଉଛି।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ବୈଷୟିକ ମାମଲା ଏବଂ ଆମର ବିଶେଷଜ୍ଞମାନେ ଏନେଇ ତଦନ୍ତ ଶେଷ କରିବା ପରେ ଅଧିକ ବିସ୍ତୃତ ସୂଚନା ପ୍ରଦାନ କରିବୁ।”

Leave a Reply

Your email address will not be published. Required fields are marked *