3 Arrested

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

Spread the love

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ ପୋଲିସ । ଏ ନେଇ ପ୍ରେସ ମିଟିରେ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । ଘଟଣା ପୂର୍ବ ରାତି ମହିଳାଙ୍କ ଘରୁ ଏକ ମୋବାଇଲ ଚୋରି କରିଥିଲେ ଉକ୍ତ ଦୁର୍ବୃତ୍ତ । ମହିଳାଙ୍କ ଘର ବାଲକୋନୀ ଖୋଲା ରହୁଥିବା ଜାଣିବାକୁ ପାଇଥିଲେ ଦୁର୍ବୃତ୍ତ ।

ଏହା ଦେଖି ଚୋରି ଯୋଜନା କରିଥିଲେ । ଜଣେ ବାହାରେ ଜଗିଥିବା ବେଳେ ୨ ଜଣ ଘର ଭିତରକୁ ଯାଇଥିଲେ । ଚୋରି କରିବା ବାହାନାରେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କୁ ଭୟଭୀତ କରି ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ। ପୋଲିସ ପାଇଁ ଏତେ କମ ସମୟରେ ଅପରାଧୀଙ୍କୁ ଧରିବା ଚାଲେଞ୍ଜ ଥିଲା । ରାତି ସାରା ପୋଲିସ କଳା ଛାପା ମାରି ଦୁର୍ବୃତ୍ତଙ୍କୁ ଗିରଫ କରିଛି ।  ଗିରଫ ୩ ଜଣଙ୍କ ମଧ୍ୟରୁ  ଦୁଇ ଜଣଙ୍କର ଅପରାଧିକ ମାମଲା ରହିଛି।

ଅଭିଯୋଗ ଅନୁଯାୟୀ, ଗତ ରବିବାର ରାତି ପ୍ରାୟ ୨ଟା ବେଳେ ମୈତ୍ରୀ ବିହାର ସ୍ଥିତ ଏକ ଆପାର୍ଟମେଣ୍ଟରେ  ମହିଳା ତାଙ୍କ ୨ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଭୁଲ ବଶତଃ ମହିଳା ଜଣଙ୍କ ରାତିରେ ବାଲକୋନୀ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହି ସମୟରେ ୪ଜଣ ଡକାୟତ ବାଲକୋନୀ ପଟେ ଘର ଭିତରକୁ ପଶିଯାଇଥିଲେ ।  ଚୋରି କରିବାବେଳେ ମହିଳାଙ୍କ ନିଦ ଭାଙ୍ଗିଯାଇଥିଲା ।

ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଝିଅର ବେକରେ ଛୁରୀ ଲଗାଇ ମାରିଦେବାର ଭୟ ଦେଖାଇଥିଲେ । ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଥିଲେ । ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି ନେହୁରା ହେଉଥିଲେ ।

କିନ୍ତୁ ଲୁଟେରା ଦୁଇ ଜଣ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍‌ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍‌କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *