Durga Puja 1

ଏଥର ଦୁର୍ଗାପୂଜା ହେବ ଡିଜେ, ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ

Spread the love

ଭୁବନେଶ୍ୱର: ଚଳିତ ଥର ଦୁର୍ଗାପୂଜାରେ ବିସର୍ଜନ ସମୟରେ କୌଣସି ଡିଜେ ସଙ୍ଗୀତ ବଜାଯିବ ନାହିଁ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “କୌଣସି ଡିଜେ ମ୍ୟୁଜିକ୍ ଯାନକୁ ମଧ୍ଯ ଅନୁମତି ଦିଆଯିବ ନାହିଁ। ଏପରିକି ଚଳିତ ଦୁର୍ଗାପୂଜା ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ ମଧ୍ଯ ହେବ। ଏକ ପ୍ରସ୍ତୁତି ବୈଠକରେ ସମସ୍ତ ଷ୍ଟକ୍ ହୋଲ୍ଡର୍ସଙ୍କ ସହ ବିଚାର ବିମର୍ଶ କରି ଏହି ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ମେୟର ସୁଲୋଚାନା ଦାସ, ସ୍ଥାନୀୟ ବିଧାୟକ, ବରିଷ୍ଠ ପୋଲିସ ଅଧିକାରୀ, ଅଗ୍ନିଶମ ସେବା ଅଧିକାରୀ, ୱାଟକୋ ଏବଂ ଟାଟା ପାୱାରର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ବ୍ୟତୀତ ପୂଜା ପେଣ୍ଡାଲରେ ମ୍ୟୁଜିକାଲ୍ ମେଲୋଡି କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ପୂଜା କମିଟିଗୁଡିକୁ ‘ରାବଣ ପୋଡି’ ସମୟରେ ଉଚ୍ଚ ଶବ୍ଦର ବାଣ ବ୍ୟବହାର ନକରିବାକୁ କୁହାଯାଇଛି। ମୂର୍ତ୍ତି ତିଆରି ସମୟରେ ସେମାନେ ପ୍ଲାଷ୍ଟିକ ଏବଂ ରାସାୟନିକ ପଦାର୍ଥ ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂଜା ସମୟରେ ବେଆଇନ ମଦ ବିକ୍ରିକୁ ରୋକିବା ପାଇଁ ଅବକାରୀ ବିଭାଗ ପଦକ୍ଷେପ ନେବ। ସେହିପରି ପୂଜା କମିଟି ପୂଜା ଆୟୋଜନ ଏବଂ ବିସର୍ଜନ ପାଇଁ ଆବଶ୍ୟକ ଲାଇସେନ୍ସ ପାଇବା ଲାଗି ସରକାର ଗୋଟିଏ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ପ୍ରସ୍ତୁତ କରିଛନ୍ତି।

Leave a Reply

Your email address will not be published. Required fields are marked *