Bird Flu

ବାର୍ଡ ଫ୍ଲୁ ଆତଙ୍କ: କ୍ବାରେଣ୍ଟିନରେ ୫ କୁକୁଡ଼ା ଚାଷୀ

Spread the love

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ’କୁ ନେଇ ପ୍ରଶାସନର ତତ୍ପରତା । ୫ କୁକୁଡ଼ା ଚାଷୀଙ୍କ ସ୍ବାବ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ । ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟିନରେ ରହିବେ ୫ କୁକୁଡ଼ା ଚାଷୀ । କୁକୁଡ଼ା ମରିଥିବା ସବୁ ଫାର୍ମର ଚାଷୀଙ୍କୁ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ ।

କେନ୍ଦ୍ରାପଡ଼ାର ବାଲିଆ, ଗୋଲରାହାଟ, ନରସିଂହପୁର ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ସେହି ଅଞ୍ଚଳର କୁକୁଡ଼ା ଚାଷୀମାନଙ୍କ ସଂସ୍ପର୍ଶରେ ନଆସିବା ଲାଗି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହ ସମ୍ପୃକ୍ତ ଚାଷୀଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳଗୁଡ଼ିକରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ଏବଂ ଅଣ୍ଡା ସପ୍ଲାଇ ବନ୍ଦ ରହିଛି। ବର୍ତ୍ତମାନ ସମୟରେ କୁକୁଡ଼ା ମାଂସ ଏବଂ ଅଣ୍ଡା ନଖାଇବା ଲାଗି ଲୋକଙ୍କୁ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

ସୂଚନାଯୋଗ୍ୟ ଯେ, ପୁରୀର ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ହଜାର ହଜାର କୁକୁଡ଼ାଙ୍କୁ ହତ୍ୟା କରି ପୋତି ଦିଆଯାଇଥିଲା। ଏହାପରେ କେନ୍ଦ୍ରାପଡ଼ାର ଡେରାବିଶ ଅଂଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା।

Leave a Reply

Your email address will not be published. Required fields are marked *