ଓଡିଶା କୋଟୁର ରନ୍ ୱେ ସିଜିନ୍ -1ର ଅଡିସନ୍
ଓଡିଶା କୋଟୁର ରନ୍ ୱେ ସିଜିନ୍ -1ର ଅଡିସନ୍ ଭୁବନେଶ୍ୱରର ଲକ୍ଜୁରୀ ଜିମ୍ – ଅଲ୍ ଟାଇମ୍ ଫିଟ୍ ନେସ, ଶହୀଦ ନଗର ରେ ହୋଇଯାଇଅଛି l ଏଥିରେ ଆଡ଼ଭୋକେଟ୍ ଆୟୁଷ ଶୁଭଦର୍ଶୀ ଯିଏକି ଏହି ରନ୍ ୱେ ଶୋ ର ଫାଉଣ୍ଡର, ଓଡିଶାର ସଂସ୍କୃତିକୁ କିପରି ବିଶ୍ୱ ସ୍ତରରେ ପ୍ରଦର୍ଶନ କରାଇ ପ୍ରସିଦ୍ଧ କରିପାରିବେ ତାହା ଆଖିରେ ରଖି ଆଗକୁ, ଆହୁରି ବିଭିନ୍ନ ସ୍ଥାନରେ ଅଡିସନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି l
ଯେପରି ଆମ ଓଡିଶା ର ଲୋକମାନେ ବିଦେଶୀ ବସ୍ତ୍ର କୁ ଭଲ ପାଉଛନ୍ତି ସେହିପରି ଆମ ସାଂସ୍କୃତିକ ପରିଧାନ କୁ କିପରି ଦେଶ ବିଦେଶରେ ପହଞ୍ଚାଇ ପାରିବେ ସେଇ ଲକ୍ଷ୍ୟ ନେଇ ରନ୍ ୱେ ସିଜିନ୍ -1ର ଅଡିସନ୍ ଆୟୋଜନ କରୁଛନ୍ତି l ଏହି ଅଡିସନ ରେ ୧୨୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ l
ଆଗକୁ ପାରଳାଖେମୁଣ୍ଡି, କଟକ, ବ୍ରହ୍ମପୁର, ପୁରୀ ଓ ବାଲେଶ୍ୱର ଆଦି ବିଭିନ୍ନ ଯାଗାରେ ଅଡିସନ କରିବା ପରେ ଫାଇନାଲ ଇଭେଣ୍ଟ ରେ ମିଷ୍ଟର ଓ ମିସ୍ ଓଡିଶା ଟାଇଟେଲ୍ ବଛାଯିବ l ଏହି ଶୋ ରେ ବ୍ରାଣ୍ଡ ଆମ୍ବାସାଡ ର୍ ଭାବେ ବିଭିନ୍ନ କମ୍ପାନୀ ମାନେ ନିଜର କମ୍ପାନୀ କୁ ପ୍ରମୋଟ୍ କରିବେ l ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବିଜନ ବାରିକ ଉପସ୍ଥିତ ଥିଲେ ଓ ଭେନ୍ୟୁ ସ୍ପୋନ୍ ସର ଭାବେ ପ୍ରାନ୍ତିକ ପରିଡା ଯୋଗ ଦେଇ ଥିଲେ l