Whatsapp Image 2024 09 07 At 2.38.23 Pm

ସମାଜବାଦୀ ପାର୍ଟିକୁ ପୁଣି ଫେରିବେ କି ଅପର୍ଣ୍ଣା ଯାଦବ?

Spread the love

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବକଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଘରକୁ ଫେରିପାରନ୍ତି। ବିଜେପି ଛାଡି ସେ ପୁଣି ଥରେ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ବିଜେପି ତରଫରୁ ତାଙ୍କ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ପଦବୀରେ ବବିତା ଚୌହାନ ପଦଭାର ଗ୍ରହଣ କରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଅପର୍ଣ୍ଣା ପଦଭାବ ଏପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି।

ସେ ଶୁକ୍ରବାର ଦିନ ମୁଲାୟମ ସିଂହ ଯାଦବଙ୍କ ଭାଇ ତଥା ସପାର ମହାସଚିବ ଶିବପାଲ ସିଂହ ଯାଦବଙ୍କୁ ଭେଟିଥିବା ଜଣାପଡ଼ିଛି। ଫଳରେ ଚର୍ଚ୍ଚା ହେଉଛି କି ସେ ପୁଣି ଥରେ ସମାଜବାଦୀ ପାର୍ଟିକୁ ଫେରିପାରନ୍ତି। ଅପର୍ଣ୍ଣାଙ୍କ ତରଫରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଆଗକୁ ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବିଜେପିକୁ କଡା ଟକ୍କର ଦେଇ ବାଜି ମାରିଥିଲା। ଏପରି ସ୍ଥିତିରେ ବିଜେପିରୁ ଅପର୍ଣ୍ଣା ଘରକୁ ଫେରିଲେ ଏହା ସମାଜବାଦୀ ପାର୍ଟି ପାଇଁ ଲାଭଦାୟକ ହେବ। ସୂଚନା ଅନୁସାରେ ଅପର୍ଣ୍ଣା ଯାଦବ ୨୦୧୭ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ। ହେଲେ ସେ ଏଥିରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *