Uu 1 750x430

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି ସମ୍ବନ୍ଧରେ ଜାତୀୟ କର୍ମଶାଳା

Spread the love

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି’ ସମ୍ବନ୍ଧରେ ଏକ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାଲେଖ ଅଧ୍ୟୟନ ଏବଂ ଲିପିତତ୍ତ୍ୱ ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ ଯାଥା ବାର୍ଲି, ଜାଭା, ସୁମାତ୍ରା ଓ କମ୍ବୋଡ଼ିଆ ଆଦି ସ୍ଥାନମାନଙ୍କୁ ସଂସ୍କୃତି ଭାଷା ଓ ବ୍ରାହ୍ମୀ ଲିପିରେ ମିଳିଥିବାଅନେକ ଶିଳାଲେଖ ଉପରେ ପର୍ଯ୍ୟାଲୋଚନା କରି ପ୍ରାଚୀନ ଭାରତୀୟମାନେ କିଭଳି ଭାବରେ ଉକ୍ତ ଦେଶଗୁଡ଼ିକ ବାଣିଜ୍ୟିକ ସମ୍ପର୍କ ସ୍ଥାପନା କରିଥିଲେ ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଏବଂ ଏହାକୁ ଭିତ୍ତି କରି ବର୍ତ୍ତମାନର ବୈଦେଶିକ ଲିପିରେ ଉକ୍ତ ଦେଶଗୁଡ଼ିକ ସହିତ ପ୍ରଗାଢ଼ ସମ୍ବନ୍ଧ ରକ୍ଷା କରାଯାଇପାରିବ ବୋଲି ତାହା ଉପରେ ବିସ୍ତୃତ ଭାବେ ବକ୍ତବ୍ୟ ରଖିଥିଲେ। ଉକ୍ତ ଶିବିରରେ ମହୀଶରୂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ନିର୍ଦେଶକ ଟିଏସ ରବିଶଙ୍କର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।
ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ସଭାପତିତ୍ୱ ଅଭିଭାଷଣ ରଖି ଶିଳାଲେଖ ପ୍ରାଚୀନ ଭାରତୀୟ ଇତିହାସ ରଚନା ପାଇଁ କିପରି ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ବର୍ଣ୍ଣନା କରିଥିଲେ। ଡ.ଡିବିସଦା ବ୍ରଜସୁନ୍ଦର ଗଡ଼ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶୈଳଚିତ୍ର କିଭଳି ମନୁଷ୍ୟର ସର୍ବପ୍ରାଚୀତମ ତାହା ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସବୁତ୍ର ଆଚାର୍ଯ୍ୟ, ଡ.ସୁଶାନ୍ତ କୁମାର ପାତ୍ର ଏବଂ ପ୍ରଫେସର ଜୟନ୍ତୀ ଦୋରା ଯୋଗଦେଇଥିଲେ। ସହକାରୀ ପ୍ରଫେସର ଅନାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସବ୍ୟସାଚୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜାତୀୟ କର୍ମଶାଳାରେ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ଗବେଷକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *