Sjm L Lightning 0817 11 750x430

ସାରା ରାଜ୍ୟରେ ବଜ୍ରାଘାତରେ ୯ ଜଣଙ୍କର ମୃତ୍ୟୁ

Spread the love

ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ଚାଲିଗଲା ୯ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୨ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଆଗରପଡା ଡାକ୍ତରଖାନା ରେ ଭର୍ତି କରାଯାଇଛି। ମୃତକ ହେଲେ ଆଗରପଡା ଥାନା ଭଗା ରାମ ଗ୍ରାମରେ ଗୌରୀ ଦାସ ଓ ଖଇରା ଥାନା ପଦୁନା ଗ୍ରାମରେ ରାକେଶ ତିଆଡ଼ି। ୨ଜଣ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲାବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଉଲଡଙ୍ଗ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା।

ବାଲେଶ୍ୱର ଖଇରା ଥାନା ପଦୁନା ଗାଁରେ ବଜ୍ରପାତ ଯୋଗୁଁ ଜଣେ ମୃତ । ନୀଳଗିରି ଓଲଡଙ୍ଗ ଅଞ୍ଚଳରେ ବଜ୍ରାଘାତ ରେ ଜଣେ ମୃତ । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଗରଡି ପଞ୍ଚାୟତ ଅସ୍ତରଖୀ ଗାଁ ର ଆଜି ଚାରି ଜଣ ଶ୍ରମିକ ବିଲ କାମ କରିବା ପାଇଁ ଉଲଡଙ୍ଗ ଗାଁ କୁ ଆସିଥିଲେ ଦୁଇ ଜଣ ଅନ୍ୟ ଚାଷ ଜମିରେ କାମ କରୁଥିବା ବେଳେ ଭୀମ ମାଝୀ ଏବଂ ସ୍ତ୍ରୀ ସୀତା ମାଝୀ ଉଲଡଙ୍ଗ ଗାଁ ର ପ୍ରିୟବ୍ରତ ସ୍ୱାଇଁଙ୍କ ବିଲକୁ ଚାଷ କାମ ପାଇଁ ଯାଉଥିବା ସମୟରେ ଅଚାନକ ଭୀମ ମାଝୀଙ୍କ ଉପରେ ବଜ୍ରାଘାତ ହୋଇଥିଲା ଫଳରେ ଭୀମ ମାଝୀ ସଂଜ୍ଞାହୀନ ଭାବେ ଗୁରୁତର ହୋଇପଡିଥିଲେ ।  ଜମି ମାଲିକ ତୁରନ୍ତ ୧୦୮ ଯୋଗେ ଭୀମ ମାଝୀଙ୍କୁ ନୀଳଗିରି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ।

ଢେଙ୍କାନାଳ କାମାକ୍ଷାନଗର ଥାନା କାଦୁଆ ଗାଁରେ ଜଣେ ମୃତ । କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ଜଣଙ୍କର ମୃତ୍ୟୁ । ଭଦ୍ରକ ଆଗରପଡା ଅଞ୍ଚଳର ୨ ଗୁରୁତର ମେଡିକାଲରେ ଭର୍ତ୍ତି ।  କେନ୍ଦ୍ରାପଡା ଡେରାବିଶ ସନ୍ଥପୁରା ସ୍କୁଲରେ ବଜ୍ରପାତ । ଜଣେ ଛାତ୍ରୀ ଗୁରୁତର । କାମାକ୍ଷାନଗର ଥାନା କାଦୁଆ ଗାଁ ରେ ବଜ୍ରାଘାତ ଘଟି ଜଣେ ଚାଷୀ ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଭୀମସେନ ପରିଡା । ସୂଚନା ଅନୁସାରେ ଭୀମସେନ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ବିଲ କୁ ସାର ପକାଇବା ପାଇଁ ଯାଇଥିଲେ। ବିଲରେ ସାର ପକାଇବା ସମୟରେ ଭୀମସେନ ବଜ୍ରାଘାତ ର ଶିକାର ହୋଇ ବିଲ ରେ ପଡି ରହିଥିଲେ । ପରିବାର ଲୋକ ଏ ବିଷୟରେ ଖବର ପାଇ ତୁରନ୍ତ ବିଲକୁ ଯାଇ ଭୀମସେନ ପଡିଥିବାର ଦେଖି ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *