Rastrapati

ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ମା’ ବିରଜା ମନ୍ଦିର ସେବାୟତ

Spread the love

ଯାଜପୁର ଟାଉନ୍ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଙ୍ଗଲାଗି ସେବାୟତ ପ୍ରତିନିଧି ଦଳ।

ଗତ ଫେବ୍ରୁଆରୀ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ଯାଜପୁରରେ ମା ବିରଜାଙ୍କ ଦର୍ଶନ କରିଥିଲେ। ମା ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ବିଧି ମୁତାବକ ଦକ୍ଷିଣା ଦେବାକୁ ଇଚ୍ଛା କରିଥିଲେ। କିନ୍ତୁ ଦକ୍ଷିଣା ରାଷ୍ଟ୍ରପତି ଭବନରୁ ଆଣିବା ସହିତ ସେଇଠି ଭୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେବାୟତ। ସେବାୟତମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେବାୟତ ପରିଷଦଙ୍କୁ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ନିମନ୍ତ୍ରଣ ଆସିଲା। ଗତକାଲି ଠାରୁ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ସଦସ୍ୟମାନେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ସାଙ୍ଗରେ ମା ବିରଜା ମନ୍ଦିରର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଅଛନ୍ତି।  ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *