ବିସ୍କୁଟରେ ବିଷ ଦେଇ ବୋହୂକୁ ହତ୍ୟା ଉଦ୍ୟମ ଅଭିଯୋଗ
ସୋର: ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା ଉଦ୍ୟମ । ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା କରିବାକୁ ଚାହୁଁଥିଲେ ଶାଶୂ ଘର ଲୋକ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି । ଶୋଇବା ଘର ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରାଯାଇଛି । ଶାଶୁଘର ଲୋକ ଏବେ ଫେରାର ଅଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବାଲେଶ୍ୱର ଜିଲା ଖଇରା ଥାନା ନହଙ୍ଗ ଅଞ୍ଚଳର ସୁଜାତା ନିକଟରେ ଡାଲଙ୍ଗ କୃଷ୍ଣନଗର ଅଞ୍ଚଳର ତାପସ ଗିରିଙ୍କୁ ପ୍ରେମ ବିବାହ କରିଥିଲେ ।
ତାପସଙ୍କ କର୍ମ ସ୍ଥଳି ମୁମ୍ବାଇକୁ ସ୍ଵାମୀ ସ୍ତ୍ରୀ ଚାଲି ଚାଲି ଯାଇଥିଲେ । ଗତକାଲି ଉଭୟ ମୁମ୍ବାଇରୁ ଫେରି ତାପସ ଘରକୁ ଯାଇଥିଲେ l କୃଷ୍ଣନଗରରେ ଗତକାଲି ରାତିରେ ସୁଜାତାକୁ ତାର ଶାଶୁଘର ଲୋକ ବିସ୍କୁଟରେ ବିଷ ଦେଇ ଘର ଉଭୟ ପଟୁ ଚାବି ପକାଇ ଫେରାର ହୋଇଯାଇଛନ୍ତି । ସୁଜାତାଙ୍କ ପରିବାର ଲୋକ ଏଭଳି ଅଭିଯୋଗ କରିଛନ୍ତି । ସୁଜାତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
