Neet ug

NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି କଲା ଏନଟିଏ

Spread the love

ନୂଆଦିଲ୍ଲୀ : NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ । ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା ଦେଖିବା ପାଇଁ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍ କରିବା ପରେ ନିଜର ପରୀକ୍ଷା ସହର ସୂଚନା ବିଷୟରେ ଜାଣିପାରିବେ ।

ଏନଟିଏ ଜାରି କରିଥିବା ସୂଚନା ଅନୁସାରେ, ୨୧ ଜୁନରେ ହେବାକୁ ଥିବା ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ହେବ । ଭାରତର ୫୫୧ ସହର ଏବଂ ଅନ୍ୟ ଦେଶରେ ୧୪ଟି ସହରରେ ପେନ୍-ଆଣ୍ଡ-ପେପର ମୋଡରେ ଆୟୋଜିତ ହେବ । ଏହା କେବଳ ପରୀକ୍ଷା ସେଣ୍ଟର ଆଡମିଟ୍ କାର୍ଡ ନୁହେଁ ବୋଲି ଏନଟିଏ ସ୍ପଷ୍ଟ କରିଛି ।

ଗତ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ପରେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ NTA ଏହି ପରୀକ୍ଷାକୁ ବାତିଲ କରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିଥିଲେ ଓ ମେ’ ୩ ପରୀକ୍ଷା ପାଇଁ ଯୋଗ୍ୟ ଥିଲେ, ସେମାନେ ଏହି ପୁନଃ ପରୀକ୍ଷାରେ ଭାଗ ନେଇପାରିବେ ।

Leave a Reply

Your email address will not be published. Required fields are marked *